ଦେବୀଙ୍କ ପାଖରେ ଲାଗି ହେଲା ନବାନ୍ନ, ଦୁଇ ବର୍ଷ ପରେ ଘରେ ଘରେ ପାଳନ ହେଉଛି ନୁଆଁଖାଇ

ବରଗଡ ୦୧/୦୯: ବରଗଡ଼ରେ ମଧ୍ୟରାତ୍ରିରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ନବାନ୍ନ ଲାଗି ହୋଇ ସାରିଛି । ଦିନ ୧୦.୩୩ ରୁ ୧୧.୮ ମଧ୍ୟରେ ସାଧାରଣ ରେ ନିଜ ନିଜର କୁଳ ଦେବା ଦେବୀଙ୍କ ଠାରେ ପୂଜା ଅର୍ଚ୍ଚନା କରି ପରିବାର ନୂଆଖାଇବେ । ବଡି ସକାଳୁ ପରିବାରର ସଦସ୍ୟ ମାନେ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ନିଜ କ୍ଷେତ ବା ଚାଷ ଜମିରୁ ନୂଆ ଧାନକୁ କ୍ଷୀର ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ରାଖୀ ବାନ୍ଧି ପୂଜା ଅର୍ଚନା କରିବା ପରେ ଗୋରୁ ଗାଈଙ୍କୁ ପୂଜା କରିବା ଓ ନିଜ କୂଳଦେବା ଦେବୀଙ୍କୁ ପୂଜା କରିବାର ଦେଖିବାକୁ ମିଳିଛି । ତେବେ ସପରିବାର ଏକତ୍ରିତ ହୋଇ ନୂଆ ଖାଇବା ଏବଂ ସବୁ ମାନ ଅଭିମାନ କୁ ଭୁଲିବାର ଓ ସ୍ନେହ ଶ୍ରଦ୍ଧା ର୍ ସହ ଏହି ପର୍ବକୁ ପାଳନ କରାଯାଏ ଯାହାକୁ ନେଇ କରୋନା ର୍ ଦୁଇ ବର୍ଷ ପରେ ଖୁସିକୁ ଦ୍ୱିଗୁଣିତ କରିଛି ।

Leave A Reply

Your email address will not be published.