ଜିଲ୍ଲା କଂଗ୍ରେସ ସଭାପତିଙ୍କ କଳା କାରନାମା

ନୂଆଦିଲ୍ଲୀ, ୦୧/୦୯: ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ତେଲେଙ୍ଗାନା ନାରାୟଣପେଟ ଜିଲ୍ଲା କଂଗ୍ରେସ ସଭାପତିଙ୍କ ବିରୋଧରେ ଦଳର ଜଣେ ମହିଳା କର୍ମୀ ଗୁରୁତର ଅଭିଯୋଗ ଆଣିଛନ୍ତି । ଜିଲ୍ଲା ସଭାପତି ତାଙ୍କୁ ଦୁଷ୍କର୍ମ କରିଥିବା ସେ କହିଛନ୍ତି । ଏନେଇ ସେ ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ପୋଲିସର କହିବାନୁସାରେ, ଅଭିଯୁକ୍ତ କଂଗ୍ରେସ ଜିଲ୍ଲା ସଭାପତି ହେଲେ ଖୁମ୍ବମ୍ ଶିବକୁମାର ରେଡ୍ଡି । ପୀଡିତାଙ୍କ କହିବାନୁସାରେ, ସେ କଂଗ୍ରେସର ସକ୍ରିୟ ସଦସ୍ୟ ଥିଲେ । ୨୦୨୦ ନଗର ନିଗମ ନିର୍ବାଚନରେ ତାଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଥିଲା । ଏହି ସମୟରେ ସେ ଜିଲ୍ଲା ସଭାପତି ଖୁମ୍ବମଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାପରେ ଖୁମ୍ବମ ତାଙ୍କୁ ବିବାହର ଲୋଭ ଦେଖାଇ ଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କୁ କେତେକ ଥର ମାଡ ମଧ୍ୟ ମାରିଥିଲେ । ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଭିଡିଓ ମଧ୍ୟ ଉତ୍ତୋଳନ କରି ବ୍ଲାକମେଲିଂ କରୁଥିଲେ । ଏପରିକି ପୀଡିତା ତାଙ୍କୁ ବର୍ତ୍ତମାନର ପତ୍ନୀଙ୍କ ବାବଦରେ ପ୍ରଶ୍ନ କରିଥିଲେ । ଅଭିଯୁକ୍ତ କହିଥିଲେ ଯେ, ତାଙ୍କ ପତ୍ନୀ ୩ ବର୍ଷରୁ ଅଧିକ ଦିନ ଧରି ଆଉ ବଞ୍ଚିବେନି । ତେଣୁ ସେ ଆଉ ଜଣେ ପତ୍ନୀଙ୍କୁ ଖୋଜୁଛନ୍ତି । ଯିଏ ତାଙ୍କର ଜୀବନସାଥି ହୋଇପାରିବେ ।

Leave A Reply

Your email address will not be published.