ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର ୦୯/୦୨: ସୁସ୍ଥ ହୋଇ ଘରକୁ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ । ଘରେ ରହି ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଉଛନ୍ତି ସେ । ପୂର୍ବ ଅପେକ୍ଷା ସେ ଅଧିକ ସୁସ୍ଥ ଥିବା କହିଛନ୍ତି । ତେବେ ତାଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତରଙ୍କୁ ମନେ ପକାଉଛନ୍ତି ସେ । ତାଙ୍କ ଚିକିତ୍ସା ପାଇଁ ନିୟୋଜିତ ହୋଈଥିବା ଡାକ୍ତର,ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କୁ ସେ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ସେହିପରି ତାଙ୍କ ଚିକିତ୍ସା ସମୟରେ ତାଙ୍କ ସହ କଟକ SCBରେ ଥିବା ସମାଜସେବୀ ମମତା ବେହେରାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ମମତା ବି ଡାକ୍ତରଖାନାରେ ତାଙ୍କର ସେବା କରିଥିବା ସେ କହିବା ସହ ମମତାଙ୍କୁ ନିଜର ଜଣେ ଭଲ ସାଙ୍ଗ ବୋଲି କହିଛନ୍ତି । ଆଉ ଏଥିପାଇଁ ଡାକ୍ତରଖାନାରୁ ଡିସଚାର୍ଜ ହେବା ସମୟରେ ଉଭୟେ ଖୁସିରେ ଅଳ୍ପ ସମୟ ଢେମସା ନାଚି ଥିବା ସେ କହିଛନ୍ତି ।

Leave A Reply

Your email address will not be published.