ଭାରତରେ ଲଞ୍ଚ୍ ହେଲା ସର୍ଭାଇକଲ କ୍ୟାନସର୍ ଭାକସିନ୍, ଚିକିତ୍ସା ବିଜ୍ଞାନରେ ବଡ ସଫଳତା

ନୂଆଦିଲ୍ଲୀ, ୦୨|୦୯: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ ସଫଳତା । ଭାରତରେ ଲଞ୍ଚ୍ ହେଲା ସର୍ଭାଇକଲ କ୍ୟାନସର୍ ଭାକସିନ୍ । ତେବେ ସର୍ଭାଇକଲ କ୍ୟାନସର୍ ପାଇଁ ଭାକସିନ୍ ଆସନ୍ତା କିଛି ମାସରେ ବହୁତ ମାତ୍ରାରେ ଉପଲବ୍ଧ ହୋଇଯିବ । ଏଏନଆଇ ଅନୁସାରେ, ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାଓ୍ୱାଲା ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଏହି ଟିକାକୁ ଦେଶରେ ପ୍ରଦାନ କରାଯିବ । ପରେ ଏହାକୁ ରପ୍ତାନୀ କରାଯିବ ବୋଲି ସେ କହିଛନ୍ତି । ସର୍ଭାଇକଲ ଭାକସିନ୍ ତିଆରି କରିବା ବହୁତ ବଡ ସଫଳତା ଅଟେ । ଚିକିତ୍ସା ବିଜ୍ଞାନ ପାଇଁ ଏହା ବହୁତ ବଡ ଅଟେ । ଏହି ସଫଳତା ପରେ ଆଦାର ପୁନାଓ୍ୱାଲା କହିଛନ୍ତି ଯେ, ଭାକସିନର ଦାମ୍ ୨୦୦ରୁ ୪୦୦ ଟଙ୍କା ମଧ୍ୟରେ ହେବ । ତେବେ ଏଯାଏଁ ଦାମ୍ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଗାମୀ ଦୁଇବର୍ଷରେ ୨୦ କୋଟି ଡୋଜ୍ ପ୍ରସ୍ତୁତ କରାଯିବ । ଏହା ମେଡ୍ ଇନ୍ ଇଣ୍ଡିଆ ଭାକସିନ୍ ଅଟେ । ଏବେ ସର୍ଭାଇକଲ କ୍ୟାନସର୍ ବିରୋଧରେ ଲଢିବା ଆହୁରି ସହଜ ହୋଇଯିବ ।

Leave A Reply

Your email address will not be published.