ଜିଲ୍ଲା ପରିଷଦ ସଭ୍ୟାଙ୍କର ଗାଡି ପୋଡ଼ିଲେ

ଟାଙ୍ଗୀ ୦୨/୦୯: ଟାଙ୍ଗୀ ବ୍ଲକ ୯ ନଂ ଜୋନ୍‌ରେ ଜିଲ୍ଲା ପରିଷଦ ସଭ୍ୟା ମିତାଜଂଳୀ ବଳିଆରସିଂଙ୍କର ଗାଡିଟିକୁ କେହି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଛନ୍ତି । କି’ଏ ସେହି ଦୃର୍ବୃତ୍ତ ଏଭଳି କାର୍ଯ୍ୟ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନିରାକାରପୁର ପୋଲିସ ପକ୍ଷରୁ କୁହାଯାଇଛି । ଘଟଣାଟି ବଡପୋଖରୀଆ ଗ୍ରାମର ବୋଡଙ୍ଗରା ଗ୍ରାମରେ ଘଟିଛି । ଅଶାନ୍ତ ଥିବା ବଡପୋଖରୀଆ ଗ୍ରାମ ବେଶ କିଛି ଦିନ ହେଲା ଶାନ୍ତ ବାତାବରଣକୁ ଫେରିଆସିଥିଲା । ହେଲେ ବର୍ତ୍ତମାନର ଏହି ଗାଡି ପୋଡି ଘଟଣା ପୁଣି ଅଶାନ୍ତି ର ବାତାବରଣ ସୃଷ୍ଟି ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଉଦ୍ଦେଶ୍ୟ ମୂଳକ ଭାବେ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.