ଯୌତୁକ ପାଇଁ ବଳିପଡିଲା ସମ୍ପର୍କ, ସ୍ତ୍ରୀକୁ ସାନିଟାଇଜର ପକାଇ ନିଆଁ ଲଗାଇଲା ସ୍ୱାମୀ

ସାନଖେମୁଣ୍ଡି ୦୨/୦୯: ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗ୍ରାମର ମାଝି ସାହିରେ ରିତା ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ସଞ୍ଜୟ ପ୍ରଧାନ ସାନିଟାଇଜର ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ରୀତାଙ୍କ ଶରୀର ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ପୋଡ଼ି ଯାଇଥିବା ବେଳେ ନିଜେ ଶରୀରରେ ପାଣି ଢାଳି ନିଜ ଜୀବନ ବଞ୍ଚାଇଥିଲେ । ଦୌଡ଼ି ଦୌଡ଼ି ନିକଟସ୍ଥ ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ସମସ୍ତ କଥା କହିଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି । ୨୦୧୮ରେ ରିତା ଏବଂ ସଞ୍ଜୟଙ୍କ ବିବାହ ହୋଇଥିଲା । ବିବାହ ପରଠାରୁ ସଞ୍ଜୟ ଯୌତୁକ ପାଇଁ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏ ନେଇ ୨୦୧୯ରେ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ମହିଳା ଥାନା ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦିଆଯାଇନଥିଲା । ରୀତା ତାଙ୍କ ଶଶୁର ଘରେ ହିଁ ରହି ଆସୁଥିଲେ । ରୀତାଙ୍କୁ ତାଙ୍କ ସ୍ୱାମୀ ବହୁବାର ମାରିଦେବାକୁ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.