ସାଂସଦ ପ୍ରତିନିଧି ଅଫିସର ସାମ୍ବାଦିକଙ୍କୁ ମାଓବାଦୀ ଙ୍କ ଚେତାବନୀ, ଲାଗିଲା ହାତ ଲେଖା ପୋଷ୍ଟର

ବାଲିଗୁଡା ୦୩/୦୯: ବହୁ ଦିନର ନୀରବତା ପରେ କନ୍ଧମାଳ ରେ ପୁଣି ଲାଗିଲା ମାଓବାଦୀଙ୍କ ହାତ ଲେଖା ପୋଷ୍ଟର । କୋଟଗଡ ଥାନା ଅନ୍ତର୍ଗତ ଜାମଝୋର ଛକରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ମନୋଜ ସାବତ ପୂର୍ବତନ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଓ ବ୍ଲକ କ୍ୟାସିଅର ଛବି ବାବୁଙ୍କ ନାମରେ ଲାଗିଛି ପୋଷ୍ଟର । ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ସରକାରୀ ଅର୍ଥ ଲୁଟ ଏବଂ ରାଜସ୍ୱ ବିଭାଗକୁ ହାତକରି ଜଙ୍ଗଲ ଜମି ନିଜ ଅକ୍ତିଆରକୁ ନେବା ଏହିଭଳି ସଂଗୀନ ଅଭିଯୋଗ ସ୍ୱତ୍ତେ ଭିଜିଲାନ୍ସ ବିଭାଗ ଧରୁନଥିବାରୁ ମାଓବାଦୀ ସଂଗଠନ ବିରୋଧ କରୁଛି ବୋଲି ପୋଷ୍ଟରେ ଲେଖାଯାଇଛି । ଜିଲ୍ଲାରେ କିଛି ସାମ୍ବାଦିକ ଶାସକଦଳ ଓ ପ୍ରଶାସନର ଗୋଲାମଗିରି କରି ଦୁର୍ନୀତିକୁ ଘଣ୍ଟ ଘୋଡାଉଛନ୍ତି ଆମେ ତାହାର ଖୁଲାସା କରିବୁ ଭିଜିଲାନ୍ସ ନଧରିଲେ ଆମେ ବସନ୍ତ ଭାଟ ଙ୍କ ପରି ହତ୍ୟାକରିବୁ ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି l ସି ପି ଆଇ ମାଓବାଦୀ ଡିଭିଜନ ବାଘୁନା କମିଟି ଏହି ପୋଷ୍ଟର ଲଗାଇଥିବା ନେଇ ପୋଷ୍ଟରେ ଲେଖାଯାଇଛି । ପୋଷ୍ଟର ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Leave A Reply

Your email address will not be published.