ରାଜଧାନୀରେ ପଡିଲା ପୁଣି ରକ୍ତର ଛିଟା, ସାଙ୍ଗକୁ ଛୁରାମାଡ଼ କଲା ଆଉ ଏକ ସାଙ୍ଗ

ଭୁବନେଶ୍ବର ୦୩।୦୯: ରାଜଧାନୀ ରାଜରାସ୍ତାରେ ପଡିଲା ପୁଣି ରକ୍ତର ଛିଟା । ସାଙ୍ଗକୁ ଛୁରାମାଡ଼ କଲା ଆଉ ଏକ ସାଙ୍ଗ । ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍‌କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ ଶେକ୍‌ ଅବ୍‌ଦୁଲ୍‌ଙ୍କ ପେଟର ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ ।  

Leave A Reply

Your email address will not be published.