ଡାକ ବିଭାଗର ଅବହେଳା, ଶିକ୍ଷକ ପଦବୀ ପରୀକ୍ଷାରୁ ବଞ୍ଚିତ ହେଲେ ଦିବ୍ୟଙ୍ଗ ଯୁବକ

ଦିଗପହଣ୍ଡି ୦୩।୦୯: ଡାକ ବିଭାଗର ଅବହେଳା । କ୍ରୀଡା ଶିକ୍ଷକ ପଦବୀ ପରୀକ୍ଷାରୁ ବଞ୍ଚିତ ହେଲେ ଦିବ୍ୟଙ୍ଗ ଯୁବକ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତ  ଶଙ୍କରଖାଲି ଗାଁର ଘଟଣା ସୁକାନ୍ତ କୁମାର ସାହୁ ଚାକିରି ହରାଇଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ପ୍ରକାରେ ସୁକାନ୍ତ କ୍ରୀଡା ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଏବେ ତାଙ୍କର ଲିଖିତ ପରୀକ୍ଷା ହେବାରଥିଲା । ଗତ ଅଗଷ୍ଟ ୨୮ ତାରିଖ ଦିନ ଫୁଲବାଣୀ ମହିଳା ମହାବିଦ୍ୟାଳୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳଙ୍କ ଅଫିସ  ପକ୍ଷରୁ ପ୍ରବେଶ ପତ୍ର ସୁକାନ୍ତ ସାହୁଙ୍କ ନିକଟକୁ ଡାକ ମାଧ୍ୟମରେ ପଠାଯାଇଥିଲା । ସେହି ଡାକ ମାତ୍ର ଦୁଇ ଦିନ ମଧ୍ୟରେ ଅର୍ଥାତ ୧୯ ତାରିଖ ଦିନ ଖମାରିଗାଁ ଡାକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁଁ ୩୦ ତାରିଖ ଯାଏଁ ସୁକାନ୍ତଙ୍କ ନିକଟରେ ପହଞ୍ଚିପାରିନଥିଲା । ଅନ୍ୟ ସାଙ୍ଗଙ୍କ ଠାରୁ ପରୀକ୍ଷା ହୋଇ ସାରିଥିବା ସୂଚନା ପାଇବା ପରେ ସେ ଡାକ କାର୍ଯ୍ଯାଳୟ ଯାଇ ଏସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ତାଙ୍କ ନିକଟକୁ ଆସିଥିବା ଚିଠି ଗ୍ରହଣ କରି ଟ୍ରାକିଂ କରିବା ପରେ ବିଭାଗୀୟ ଅବହେଳା ସ୍ପଷ୍ଟ ପ୍ରମାଣିତ ହୋଇଥିଲା ।  ଏହାପରେ ଦିବ୍ୟାଙ୍ଗ ଯୁବକ ଜଣକ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡି ଖାଇବା ପିଇବା ଛାଡି ଦେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଏପରିକି ସୁକାନ୍ତଙ୍କ ଲିଖିତ ପରୀକ୍ଷା ସମ୍ପର୍କରେ କନ୍ଧମାଳ ଜିଲ୍ଲାପାଳ ପୁନର୍ବିଚାର କରିବାକୁ ସୁକାନ୍ତଙ୍କ ଭାଇ ଶ୍ରୀକାନ୍ତ ଅନୁରୋଧ କରିବା ସହ ଡାକ ବିଭାଗର ଦାୟୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.