ଶିକାର ପାଇଁ ବିଛାଇଥିଲେ ତାର, ବିଦ୍ୟୁତ ଫାଶରେ ପଡି ମାଈ ହାତୀ ଓ ବାର୍‌ହା ମୃତ

ଢେଙ୍କାନାଳ ୦୩।୦୯ : ବିଦ୍ୟୁତ ଫାଶରେ ପଡି ମାଈ ହାତୀ ଓ ବାରହା ମୃତ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଘଧରିଆ ଗାଁରେ ଘଟିଛି ଘଟଣା । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଜଙ୍ଗଲରେ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ସେହି ରାସ୍ତା ଦେଇ ଯାଉଥିବା ବେଳେ ଏକ ୧୦ବର୍ଷର ମାଈ ହାତୀ ଓ ବାର୍‌ହାଙ୍କୁ ଲାଗିଥିଲା ବିଦ୍ୟୁତ ଝଟ୍‌କା । ଯାହାଫଳରେ ଉଭୟଙ୍କ ହାତୀ ଓ ବାର୍‌ହାଙ୍କ ହିଁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେପଟେ ମୃତ୍ୟୁ ସଂପର୍କରେ ସୂଚନା ପାଇଁ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ବିଦ୍ୟୁତ ତାରକୁ ମଧ୍ୟ ଜବତ କରିଛି ବନବିଭାଗ ।  

Leave A Reply

Your email address will not be published.