ସେପ୍ଟେମ୍ବର ୧୧ରେ ଗଣ ଆନ୍ଦୋଳନ କରିବେ ଚୁକ୍ତିଭିତିକ ସରକାରୀ କର୍ମଚାରୀ

ଫୁଲବାଣୀ- ଓଡିଶାରୁ ଚୁକ୍ତିଭିତିକ ନିଯୁକ୍ତି,, ସମ୍ପୂର୍ଣ ଉଛେଦ ଦାବିରେ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ ୧୯ ଦିନରେ ପହଞ୍ଚିଛି ଓ ଏହା ଆଗାମୀ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ଚୁକ୍ତିଭିତିକ କର୍ମଚାରୀ ଯଥା ଗ୍ରୁପ ବି, ସି ଏବଂ ଡି କର୍ମଚାରୀମାନେ କଳାବ୍ୟାଚ ପରିଧାନ କରିବା ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ଓଡିଶା ସରକାର କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି । ତେଣୁ ଚୁକ୍ତିଭିତିକ ପ୍ରଥା ଉଛେଦ ନିମନ୍ତେ ପ୍ରତେକ କର୍ମଚାରୀ ନିଜ ନିଜ କାର୍ଯ୍ୟସ୍ଥଳୀରେ ସଂକଳ୍ପ ନେବା ସହ ଚୁକ୍ତିଭିତିକ ନିଯୁକ୍ତିକୁ ବିରୋଧ କରି ଆଗାମୀ ମହାଆନ୍ଦୋଳନରେ ସାମିଲ ହେବା ନିମନ୍ତେ ସଂକଳ୍ପବଦ୍ଧ ହୋଇଛନ୍ତି । ସେପ୍ଟେମ୍ବର ୧୧ ତାରିଖରେ ହେବାକୁ ଥିବା ବିଶାଳ ଗଣଆନ୍ଦୋଳନ ପାଇଁ ମହାସଂଘ ର ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ଅଶୋକ କୁମାର ଗୌଡ ଓ ସମ୍ପାଦକ ଶ୍ରୀ ସିମାଞ୍ଚଳ ପଣ୍ଡା ପୂର୍ବ ପ୍ରସ୍ତୁତି କରିଛନ୍ତି । ଉକ୍ତ ଶାନ୍ତିପୂର୍ଣ ଆନ୍ଦୋଳନରେ ଜରୁରୀକାଳିନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଯୋଗଦେବା ପାଇଁ ଉଲ୍ଲେଖ କରାଯାଇଛି । ଗତବର୍ଷ ରାଜ୍ୟ ସରକାର ମହାସଂଘର ସମସ୍ତ ଦାବି ମାନି ନେଇ କେବଳ ୫୦% ଦରମା ବୃଦ୍ଧି କରି ଆଉ ସବୁ ଦାବି ଦୁଇ ମାସରେ ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ କରୁନାହାନ୍ତି । ରାଜ୍ୟସରକାର ଯଦି ସରକାରୀ ଚୁକ୍ତିଭିତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଦାବିଗୁଡିତ ପୂରଣ ନ କରନ୍ତି ତେବେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗଠାରେ ଏକ ବୃହତ ଆନ୍ଦୋଳନରେ ସମସ୍ତ ଚୁକ୍ତିଭିତିକ କର୍ମଚାରୀ ସାମିଲ ହେବେ ବୋଲି ଜିଲ୍ଲା ସଭାପତି ଅଶୋକ କୁମାର ଗୌଡ, ଜୁନିୟର ଶିକ୍ଷକ ସଙ୍ଗର ଉପ-ସଭାପତି ଶୁଭସ୍ମିତା, ଜିଲ୍ଲା ସମ୍ପାଦକ ଶ୍ରୀ ସିମାଞ୍ଚଳ ପଣ୍ଡା, ଉପଦେଷ୍ଟା ଅଳକା ମହାନ୍ତି ଓ ଏବଂ ବିଶ୍ଵଜିତ ପଣ୍ଡା, ସୁଶାନ୍ତ କୁମାର ବେହେରା, ସୁନୀତ ଦଳବେହେରା, ବାସନ୍ତୀ, ପଲ୍ଲବୀ, ମିନି ନାୟକ ଓ ସୁଜାତା ପାଢୀ ପ୍ରମୁଖ ଜଣାଇଛନ୍ତି ।

Leave A Reply

Your email address will not be published.