ଚାଲିଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତି ବୈଠକ

କନ୍ଧମାଳ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ୍ କରିବା ପାଇଁ ଆସନ୍ତା ୬ ତାରିଖ ରେ ଭୁବନେଶ୍ଵର ଯିବାକୁ କନ୍ଧମାଳ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଯାଇଛି । ଉକ୍ତ ବୈଠକରେ ମାନ୍ୟବର ବିଧାୟକ ଫୁଲବାଣୀ ଅଙ୍ଗଦ କଂହର ବାଲିଗୁଡ଼ା ବିଧାୟକ ଚକ୍ରମଣି କଂହଁର ଜିଲା ସହ ପର୍ଯ୍ୟବେକ୍ଷକ କିଶୋର ମେହେର , ଜିଲା ସଭାପତି ସରୋଜ କର୍ଣ୍ଣ , ଜିଲା ପରିଷଦର ସଭାପତି ନନ୍ଦିନୀ ମାଲିକ ଉପସଭାପତି ସାଧବାଣୀ ନାୟକ ମହିଳା ବିଜୁ ଜନତା ଦଳ ସଭାପତି ପୁନମ୍ କହ୍ନର, ଯୁବ ସଭାପତି ଜିଲା ବିଷ୍ନୁ ମଲିକ ଜିଲାପରିଷଦ ସଭ୍ୟl ନମିତା ମାଲିକ ଯୁବ ଟାଉନ୍ ସଭାପତି ପାର୍ଥ ସାରଥି ଓ ଟାଉନ୍ ବିଜୁ ଛାତ୍ର ଜନତା ଦଳ ସଭାପତି ବ୍ଲକ ସଭାପତି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ତେବେ ଅନୁଷ୍ଠିତ ଏହି ବୈଠକରେ କନ୍ଧମାଳ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ପ୍ରାୟ ୫୦୦ ରୁ ଉର୍ଧ ଲୋକ ଯିବେ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.