ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ୭ ହଜାର ଶିକ୍ଷକ ପଦବୀ

ଭୁବନେଶ୍ୱର ୦୫।୦୯ : ଶିକ୍ଷକ ଆଶାୟୀଙ୍କ ପାଇଁ ଖୁସିର ଖବର । ରାଜ୍ୟରେ ଖୁବଶୀଘ୍ର ପୂରଣ ହେବ ଆଉ ୭ହଜାର ଶିକ୍ଷକ ପଦବୀ । ଏନେଇ ଆସନ୍ତା ମାସରେ ନିଯୁକ୍ତି ନେଇ ବିଜ୍ଞପ୍ତି ବାହାରିବ ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଗୁଣାତ୍ମକ ଶିକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧୩ ହଜାର ଶିକ୍ଷକ ନିଯୁକ୍ତି ପାଇ ସାରିଛନ୍ତି। ଆଉ ଏବେ ୭ ହଜାର ଶିକ୍ଷକଙ୍କ ପଦବୀ ପୂରଣ ହେବ । ପବିତ୍ର ଗୁରୁ ଦିବସର ଶିକ୍ଷକମାନଙ୍କୁ ପ୍ରଣାମ ଓ ଆର୍ଶୀବାଦ ଭିକ୍ଷା କରୁଛି । ଛାତ୍ର ଛାତ୍ର  ଭବିଷ୍ୟତ  ଗଠନରେ ଶିକ୍ଷକଙ୍କ  ଅବଦାନ ଗୁରୁତ୍ୱପୂର୍ଣ୍ଣ।  କୋଭିଡ଼  ସସମୟରେ  ପାଠପଢା  ଅବଦାନ ଅତୁଳନୀୟ । ଦଶମ ଓ ଦ୍ୱାଦଶ  ପାଠପଢା ଓ   ସହ ପରୀକ୍ଷା ରେଜଲ୍ଟ ପ୍ରକାଶ  କରାଇବାରେ ଆମେ ସକ୍ଷମ ହୋଇପାରିଛୁ । ଗୁରୁ ଦିବସକୁ ସଂକଳ୍ପ ଦିବସ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକମାନେ  ତାଙ୍କ ଗୁରୁ ଦାୟିତ୍ଵ ସଠିକ ଭାବେ ନିର୍ବାହ କରିଛନ୍ତି ।  ସେପଟେ  ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଜ୍ୟ ଏକ ମାତ୍ର ଶିକ୍ଷକ ଈଶ୍ୱର  ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.