ମା ସହିତ ନଦୀରେ ଗାଧୋଉଥିବା ଦୁଇ ବର୍ଷର ଶିଶୁ, ପାଣି ସ୍ରୋତରେ ଭାସିଯାଇ ମୃତ

ନୟାଗଡ଼୦୫।୦୯ : ମା ସହିତ ଗାଧୋଇବାକୁ ଯାଇ ନଦୀରେ ଭାସିଯାଇ ଦୁଇ ବର୍ଷର ଶିଶୁ ମୃତ । ମୃତକ ହେଲେ ଶାନ୍ତିଲତା ବାରିକଙ୍କ ଝିଅ ଶ୍ରଦ୍ଧାଞଳୀ । ଓଡଗାଁ ଥାନା ଗୌଡପୁଟ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ, ସୋମବାର ସକାଳେ ଗୌଡପୁଟ ଜଗନ୍ନାଥସାହିର ଶାନ୍ତିଲତା ଦୁଇବର୍ଷର ଝିଅ ଶ୍ରଦ୍ଧାଞଳୀକୁ ନେଇ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲେ । ମା ଝିଅ ଗାଧୋଉଥିବାବେଳେ ଅସାବଧାନତାବଶତଃ ଝିଅ ନଦୀର ସ୍ରୋତରେ ଭାସିଯାଇଥିଲେ । ମା ଶାନ୍ତିଲତା ବହୁତ ଖୋଜାଖୋଜି ପରେ ଝିଅକୁ ନପାଇ ଗାଁଲୋକଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ବହୁତ ଖୋଜାଖୋଜି କରିବାପରେ ୧୦୦ମିଟର ଦୁରରେ ଥିବା ଏକ ବ୍ରିଜ୍ ତଳୁ ପିଲାଟିକୁ ପାଇଥିଲେ । ଓଡଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଶିଶୁକୁ ଭର୍ତ୍ତି କରିବାପରେ ସେଠାରେ  ଡାକ୍ତର ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.