ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲାଗିଲା ଝଗଡ଼ା, ବ୍ରିଜ୍‌ ଉପରୁ ଡେଇଁପଡିଲେ ମହିଳା

ସମ୍ବଲପୁର ୦୫।୦୯ : ପାରିବାରିକ କଲହର କରୁଣ ପରିଣତି। ପରିବାରର କୌଣସି ଏକ କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଶେଷରେ କୌଣସି ଉପାୟ ନପାଇ ସ୍ତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛି। ଖବର ଅନୁଯାୟୀ,  ବୁର୍ଲା ଗାନ୍ଧିପଡା ଅଞ୍ଚଳର ରିଙ୍କି ସୁନା ତାଙ୍କର ସ୍ୱାମୀଙ୍କ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା। ଯାହାକି ଉଗ୍ରରୂପ ନେଇଥିଲା। ଶେଷରେ ରିଙ୍କି ଥାନା ନିକଟରେ ଥିବା କେନାଲ ବୁର୍ଲା ବ୍ରିଜ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଆତ୍ମହତ୍ୟା କରିଥିବା ସମୟରେ ଗଣେଶ ପୂଜା ଭାଷାଣି କରୁଥିବା କିଛି ଯୁବକ ଏହି ଦୃଶ୍ୟ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଫୋନ କରି ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ  ମହିଳାଙ୍କ କୌଣସି ପ୍ରକାର ସୂଚନା ପାଇପାରିନଥିଲେ। ତେବେ ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Leave A Reply

Your email address will not be published.