ଭଡ଼ା ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ..

ଭୁବନେଶ୍ୱର ୦୫।୦୯ : ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ଭୁବନେଶ୍ୱର ଉପକଣ୍ଠ ଭରତପୁର କଳିଙ୍ଗନଗଲ କେ ୭ ସ୍ଥିତ ଘରୁ ମିଳିଛି ମୃତଦେହ । ମୃତକଙ୍କ ବୟସ ୨୭ ହୋଇଥିବା ଜଣାପଡିଛି । ତେବେ ମିଳିଥିବା ସୂଚନାନୁସାରେ,  ଯୁବକଙ୍କ ଜଣଙ୍କ ଜଣେ ମିସ୍ତ୍ରୀ ଭାବେ କରନ୍ତି । ସେ କଳିଙ୍ଗନଗରରେ ଭଡ଼ା ଘରେ ରହୁଥିଲେ । ଏବେ ଯାଏଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ଭରତପୁର ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗ ନେଇପାରେ ପୋଲିସ ।

Leave A Reply

Your email address will not be published.