ଗୁଣିଗାରେଡି ସନ୍ଦେହରେ ହତ୍ୟା, ଘରେ ପଶି ମହିଳାଙ୍କୁ ମାରିଦେଲା ଯୁବକ

ରାୟଗଡ଼ା ୦୫।୦୯: ରାୟଗଡ଼ା ସହର କୋଇଲାପଡ଼ାରେ ଅଭାବନୀୟ ଘଟଣା। ଗୁଣିଗାରେଡି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହାଣି ହତ୍ୟା କଲେ ଜଣେ ଯୁବକ । ମୃତ ମହିଳାଙ୍କ ନାମ ଚନ୍ଦ୍ରମା ବିଭାର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଗତ କିଛି ଦିନ ହେବ ଚନ୍ଦ୍ରମା ଗୁଣି ଗାରେଡି କରୁଥିବା ନେଇ ରାଜେଶ ସନ୍ଦେହ କରୁଥିଲେ । ଏନେଇ ଉଭୟ ପରିବାର ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା । କିନ୍ତୁ ସୋମବାର ରାଜେଶ୍‌ ଉତ୍‌କ୍ଷିପ୍ତ ହୋଇ ଚନ୍ଦ୍ରମାଙ୍କ ଘରେ ପଶି ଟାଙ୍ଗିଆରେ ହାଣି ଦେଇଥିଲେ । ବେକରେ ଚୋଟ ବାଜିବାରୁ ଚନ୍ଦ୍ରମାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି । ହତ୍ୟା ପରେ ସାହିପଡୋଶୀ ଲୋକଙ୍କୁ ଡରାଇ ରଖିଥିଲେ ରାଜେଶ । ସେହିପରି ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାଜେଶକୁ ଗିରଫ କରିଛି । ଏପିରିକି ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି ପୋଲିସ। ଏସ୍‌ପି ବିବେକାନନ୍ଦ ଶର୍ମା ଓ ଏସଡିପିଓ ଦେବଜ୍ୟୋତି ଦାସ ସମେତ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

Leave A Reply

Your email address will not be published.