ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଳନ ହେଲା ଗୁରୁଦିବସ

କନ୍ଧମାଳ : ଅଦ୍ୟ ତା ସେପ୍ଟେମ୍ବର ୫-୨୦୨୨ରିଖ, ସୋମବାର ଦିନ ପ୍ରାତଃ ସମୟରୁ ବରଡ଼ା ବାଲୁଙ୍କେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଲାଇନ ପଡା, କନ୍ଧମାଳରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଏବଂ ଗୁରୁଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଉକ୍ତ କାଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ସାହାଣୀଙ୍କ ତତ୍ୱାବଧାନ ରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିକ୍ରମ ବିହାରୀ ବେହେରା ମହୋଦୟ ଏହା ସହିତ ଶ୍ରୀଯୁକ୍ତ ସୁଶୀଲ କୁମାର କହ୍ନର କାଯ୍ୟକ୍ରମ ପରିଚାଳନା କରି ଥିଲେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶ୍ରୀ ଲଷ୍ମୀ ନାରାୟଣ ପୁରୋହିତ କାର୍ଯ୍ୟକ୍ରମରେ ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଆଦର୍ଶ ଓ ଭବିଷ୍ୟତ ବାର୍ତା ସହିତ ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ଓ ସହଯୋଗ ରେ କାର୍ଯ୍ୟକ୍ରମଟି ବହୁତ ସରସ ସୁନ୍ଦର ହୋଇଥିଲା କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ରତ୍ନା ମଞ୍ଜରୀ ସାହା ଏବଂ ଶ୍ରୀମତୀ ମାନିନୀ ପ୍ରଧାନ ଙ୍କ ଧନ୍ୟବାଦ ଅର୍ପଣ ସହ ମିଷ୍ଟାନ ବଣ୍ଟନ କରାଯାଇ ଥିଲା l

Leave A Reply

Your email address will not be published.