ଭାଲୁ ଆକ୍ରମଣରେ ବଟକୃଷ୍ଣ ଗୁରୁତର

ଚଣ୍ଡିଖୋଲ ୦୬।୦୯ : ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତିଙ୍କ ନାମ ବଟକୃଷ୍ଣ ସାହୁ। ଖବର ଅନୁଯାୟୀ, ବଟକୃଷ୍ଣ ଭୋର ସମୟରେ ଫୁଲ ତୋଳିବା ପାଇଁ ସ୍ଥାନୀୟ ଏକ କଲେଜ ପଡିଆ ନିକଟକୁ ଯାଉଥିଲେ । ଠିକ୍‌ ଏହି ସମୟରେ ହଠାତ ଭାଲୁଟି ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ତାଙ୍କ ହାତ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବୃଦ୍ଧଙ୍କୁ ପ୍ରଥମେ ଦାନଗଦି ମେଡିକାଲ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।  ସ୍ଥାନୀୟ ବଳରାମପୁର ସରଂକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣ ପାଇଁ ଭାଲୁ ମାନେ ଜନବସତି ମୁହଁ ହେଉଛନ୍ତି । ଭାଲୁକୁ କାବୁ କରିବା ପାଇଁ  ବନ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.