ସାଇରସ୍ ମିସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ, ଯୋଗ ଦେଲେ ଅନୀଲ ଅମ୍ବାନୀ

ମୁମ୍ବାଇ ୬।୯: ଉଦ୍ୟୋଗପତି ତଥା ଟାଟା ସନ୍ସଙ୍କ ପୂର୍ବତନ ଅଧ୍ୟକ୍ଷ ସାଇରସ ପାଲୋନଜୀ ମିସ୍ତ୍ରୀଙ୍କର ମଙ୍ଗଳବାର ଅନ୍ତ୍ୟେଷ୍ଟି ମୁମ୍ବାଇରେ ସମ୍ପନ୍ନ ହୋଇଛି। ୱର୍ଲି ଶ୍ମଶାନରେ ପାରସୀ ରିତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିବା ବେଳେ ଉଦ୍ୟୋଗପତି ଅନୀଲ ଅମ୍ବାନୀ ଓ ଏଚଡିଏଫସି ଚେୟାରମ୍ୟାନ ଦୀପକ ପାରେଖ ଉପସ୍ଥିତ ଥିଲେ। ଏନସିପି ନେତ୍ରୀ ସୁପ୍ରିୟା ସୁଲେ ଓ ମିଲିନ୍ଦ ଦେଓଡା ମଧ୍ୟ ତାଙ୍କୁ ଅନ୍ତିମ ବିଦାୟ ଦେବାକୁ ପହଞ୍ଚିଥିଲେ। ଏହି ଅବସରରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଗତ ରବିବାର ଦିନ ମହାରାଷ୍ଟ୍ର ପାଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସାଇରସ ମିସ୍ତ୍ରୀଙ୍କ ପରୋଲକ ହୋଇଥିଲା। କାର ଯୋଗେ ସାଇରସ ମିସ୍ତ୍ରୀ ଅହମଦାବାଦରୁ ମୁମ୍ବାଇ ଫେରୁଥିଲେ। ସାଇରସ ମିସ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିରେ ବରିଷ୍ଠ ଉଦ୍ୟୋଗପତି ରତନ ଟାଟାଙ୍କ ସାବତ ମା ସିମୋନ ଟାଟା ମଧ୍ୟ ଯୋଗଦେଇଥିଲେ। ସିମୋନ ଟାଟାଙ୍କ ଉପସ୍ଥିତିକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। କାରଣ ଗତ ଦିନରେ ଟାଟା ଓ ସାଇରସ ମିସ୍ତ୍ରୀଙ୍କ ସମ୍ପର୍କ ତିକ୍ତ ଥିଲା।

Leave A Reply

Your email address will not be published.