ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧା ହେଲେ ବିଡିଏ ଫିଲ୍ଡ଼ ଇନ୍ସପେକ୍ଟର

ଭୁବନେଶ୍ୱର ୦୭।୦୯ : ରାଜଧାନୀରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ବନ୍ଧା ହେଲେ ବିଡିଏ ଫିଲଡ଼ ଇନ୍ସପେକ୍ଟର ।ଘରର ପ୍ଲାନ କରାଇବା ଆଳରେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଖବର ଅନୁଯାୟୀ, ଗତ ଫେବୃୟାରୀ ୯ ତାରିଖରେ ଲକ୍ଷ୍ମୀସାଗର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୋଲିସ ତଦନ୍ତ କରିଥିଲା । ଫିଲଡ଼ ଇନ୍ସପେକ୍ଟରଙ୍କ ଘରେ ବାରମ୍ବାର ପୋଲିସ ଚଢ଼ାଉ କରିଥିଲା । ଏପିରିକି ଗିରଫ ଭୟରେ ମନୋରଞ୍ଜନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଥିଲେ । ମନୋରଞ୍ଜନଙ୍କ ଜାମିନ ଆଗ୍ରହ ହେବା ସହ ତଳ କୋର୍ଟରେ ୪ ସପ୍ତାହ ମଧ୍ୟରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ଏଡାଇ ଚାଲିଥିଲେ ମନୋରଞ୍ଜନ । ଫଳରେ ମନୋରଞ୍ଜନଙ୍କୁ ତୁରନ୍ତ ଗିରଫ କରିବା ପାଇଁ କୋର୍ଟର ନିର୍ଦ୍ଦେଶ ଥିଲା । ମନୋରଞ୍ଜନ ବିଡିଏ କାର୍ଯ୍ୟାଳୟରେ ଥିବା ବେଳେ ପୋଲିସ ଗିରଫ କରିଛି

Leave A Reply

Your email address will not be published.