ଜାମିନ ମିଳିବା ପରେ ଜେଲ୍‌ରେ ରହିବେ KRK

ନୂଆଦିଲ୍ଳୀ ୦୭।୦୯: KRK ନାମରେ ଜଣାଶୁଣା ଅଭିନେତା ତଥା ସମାଲୋଚକ କମଲ ଆର ଖାନ। ନିକଟରେ ସ୍ଥାନୀୟ କୋର୍ଟ କମଲ ଆରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପୁରୁଣା ବିବାଦୀୟ ମନ୍ତବ୍ୟ ପାଇଁ କମଲ ଆର ଖାନଙ୍କୁ ମଲାଡ ପୋଲିସ ଗିରଫ କରିଥିଲା । ବର୍ତ୍ତମାନ ଏହି ବିବାଦରେ ଥିବା କେଆରକେ ଙ୍କୁ ଜାମିନ୍‌ ପ୍ରଦାନ କରାଯାଇଛି। ଜାମିନ୍‌ ପାଇବା ବି ସେ ଜେଲରେ ରହିବେ କାରଣ ଅଭିନେତା ଅକ୍ଷୟ କୁମାର ଏବଂ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିରୋଧରେ କରିଥିବା ବିବାଦୀୟ ଟ୍ୱିଟ୍ ସହ ବୋରିଭାଲି ମାଜିଷ୍ଟ୍ରେଟ୍ କୋର୍ଟରେ ବିଚାରାଧୀନ ଅଛି। କହିରଖୁଛୁ କି ଯେ କେଆରକେଙ୍କ ବିବାଦୀୟ ଟ୍ୱିଟ୍ ମାମଲାରେ ତାଙ୍କ ଜାମିନ ଆବେଦନ ବୁଧବାର (ସେପ୍ଟେମ୍ବର ୭) ରେ ବୋରିବଲି ମହାନଗର ନିଗମ କୋର୍ଟରେ ଶୁଣାଣି ହୋଇପାରିବ। ଅପମାନଜନକ ଟ୍ୱିଟ୍ ଅଭିଯୋଗରେ କେଆରକେଙ୍କୁ ଅଗଷ୍ଟ ୩୦ ରେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ଏଥି ସହିତ ତାଙ୍କୁ ବୋରିବଲି ମାଜିଷ୍ଟ୍ରେଟ କୋର୍ଟରେ ହାଜର କରାଯାଇଥିଲା ଯେଉଁଠାରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

Leave A Reply

Your email address will not be published.