ସ୍ୱଧାର ଗୃହରୁ ଦୁଇ ନାବାଳିକା ନିଖୋଜ

ରାୟଗଡ଼ା ୦୮।୦୯ : ସ୍ୱଧାର ଗୃହରୁ ଦୁଇ ନାବାଳିକା ନିଖୋଜ । ରାୟଗଡ଼ା ସହରରେ ଥିବା ସ୍ନେହ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇଛନ୍ତି । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ସେପଟେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡା ଥାନାରେ  ଏତଲା ଦିଆଯାଇଛି। ଅଭିଯୋଗ ମିଳିବା ପରେ ପୁଲିସ ଘଟଣାର ତଦନ୍ତ କରୁଛି । ରାୟଗଡ଼ା ସହର ହାଉସିଂ ବୋର୍ଡ କୋଲୋନୀ ଠାରେ ରହିଥିବା ସ୍ନେହ ସ୍ବଧାର ଗୃହରୁ ଆସିଛି ଏଭଳି ଘଟଣା । ରାୟଗଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ନାବାଳିକାଙ୍କ ପତ୍ତା ବର୍ତ୍ତମାନ ସୁଦ୍ଧା ମିଳିନାହିଁ । ଗତ ୪ ତାରିଖରୁ ନିଖୋଜ ରହିଥିବା ସୂଚନା ମିଳିଛି। ତେବେ କାହିଁକି ଓ କିଭଳି ନିଖୋଜ ହେଲେ ତାହା ଅନୁସନ୍ଧାନ କରାଯିବା ଜରୁରୀ।

Leave A Reply

Your email address will not be published.