ଚଣ୍ଡିଖୋଲ ୦୭।୦୯ : ଶ୍ରମିକଙ୍କ ମୃତଦେହ ଠାବ । ଯାଜପୁର ଜିଲ୍ଲା ସିହା ପଞ୍ଚାୟତରେ ନିର୍ମାଣ ଚାଲିଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରୁ ଏହି ମୃତଦେହ ଠାବ ହୋଇଛି । ମୃତ ଶ୍ରମିକଙ୍କ ନାମ ଧନେଶ୍ୱର ପ୍ରାସଦ ଯାଦବ । ତାଙ୍କ ଘର ଛତିଶଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ଖବର ଅନୁଯାୟୀ, ଛତିଶଗଡ ଅଞ୍ଚଳର ଧନେଶ୍ୱର ପ୍ରସାଦ ଯାଦବ ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସରେ ରହିବା ସହ ଶ୍ରମିକ ଭାବେ କାମ କରୁଥିଲେ । ମଙ୍ଗଳବାର ରାତିରେ ସେ ଖାଇ ନଥିବା ବେଳେ ଶରୀର ଅସୁସ୍ଥତା ଅନୁଭବ କରୁଥିବା ସାଥୀମାନେ କହିଛନ୍ତି । ମେଡିକାଲ ଯିବାକୁ ମନା କରିଥିଲେ । ହେଲେ ବୁଧବାର ସକାଳୁ ଶ୍ରମିକଙ୍କ ମୃତଦେହ ପଡିଥିବା ସାଥୀ ଶ୍ରମିକ ଦେଖିଥିଲେ । ଏହାପରେ ଧାନମଣ୍ଡଳ ଫାଣ୍ଡି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବେ ଯାଏଁ ମୃତ୍ୟୁର ସଠିକ କାରଣ ଜଣାପଡିନଥିବା ବେଳେ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି ।