ଉଦଘାଟନ ବେଳେ ଭୂଶୁଡି ପଡିଲା ବ୍ରିଜ୍, କଚାଡି ହୋଇପଡିଲେ ମୁଖ୍ୟ ଅତିଥୀ

ନୂଆଦିଲ୍ଲୀ ୦୮/୦୯: ଉଦଘାଟନ ସମୟରେ କଟାହେଉଥିଲା ଫିତା । ହଠାତ୍ ଭୁଶୁଡି ପଡିଲା ପୋଲ । ଫଳରେ ସେଠାରେ ଥିବା ଅଧିକାରୀ କଚାଡି ହୋଇପଡିଲେ । କେବଳ ଅଧିକାରୀ ନୁହେଁ ଅନ୍ୟ ଲୋକେ ବି କଡି ହୋଇପଡିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭି ଭିଡିଓଟି ଆଫ୍ରିକାର କଙ୍ଗୋ ଗଣରାଜ୍ୟର । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସୂଚନା ଥାଉକି, ବଡ କିଛି ଅଘଟଣ ଘଟିବା ପୂର୍ବରୁ ଅଧିକାରୀଙ୍କୁ ବଞ୍ଚାଇଦେଇଥିଲେ ସେଠାରେ ଥିବା ସୁରକ୍ଷାକର୍ମୀ । କିନ୍ତୁ ଅନ୍ୟ କିଛି ଲୋକେ ପୋଲ ମଝିରେ ଫସିଯାଇଥିଲେ । ସେମାନଙ୍କୁ ଧୀରେ ଧୀରେ ସବୁ ଉଦ୍ଧାର କରାଯିଥିଲା । ତେବେ ଏଥିରେ କାହାରି କିଛି କ୍ଷୟକ୍ଷତି ହୋଇନି । ସେପଟେ ଏଭଳି ଏକ ସମ୍ୱେଦନଶୀଳ ଘଟଣା ନେଇ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି ଲୋକେ ।

Leave A Reply

Your email address will not be published.