ରାସ୍ତାକଡ଼ରେ ପଡିଛି ଅଜଣା ମୃତଦେହ

ବୌଦ୍ଧ ୦୮।୦୯ : ବସ୍‌ ଷ୍ଟପ୍‌ରେ ପଡିଛି ଅଜଣା ମୃତଦେହ । ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ବସ୍‌ ଷ୍ଟପ୍‌ରେ ପଡିଛି ଏହି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଭୈରବୀ ଜୁନିୟର କଲେଜ ରେଷ୍ଟ ହାଉସ୍‌ ଭିତରେ ଜଣେ ଯୁବକଙ୍କ ମୃତଦେହ ପଡିଥିଲା । ଏହାକୁ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜରିବା ସହ ତଦନ୍ତ ଆରମ୍ଭ କରିଛି ।  ତେବେ ପରିପାର୍ଶିକ ସ୍ଥିତିରୁ ଏହା ସ୍ୱାଭାବିକ ମୃତ୍ୟୁ ବୋଲି ଜଣାପଡ଼ିଥିବା ବେଳେ ମୃତକଙ୍କ ପରିଚୟ ଖୋଜୁଛି ପୋଲିସ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେପଟେ ମୃତକଙ୍କ ପରିଚୟ ମିଳିନଥିବା ହେତୁ କିଏ ହତ୍ୟା କରି ଫିଙ୍ଗି ଦେଇଛି ନା ଏହା ଏକ ସ୍ଵାଭାବିକ ମୃତ୍ୟୁ ତାହା ଏବେ ବି ସନ୍ଦେହ ଘେରରେ ରହିଛି ।

Leave A Reply

Your email address will not be published.