‘ପୁଷ୍ପା-୨’କୁ ନେଇ ବଡ ଖୁଲାସା କଲେ ରଶ୍ମିକା

ମୁମ୍ଵାଇ ୦୮।୦୯: ସାଉଥର  ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା – ଦି ରାଇଜ୍’ ଭାରତୀୟ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା। ଫିଲ୍ମର ପାର୍ଟ-୧ ରିଲିଜ୍ ହେବା ପରଠୁ ଦର୍ଶକ ଏହାର ପାର୍ଟ-୨କୁ ଅପେକ୍ଷା କରିଛନ୍ତି । ଆଗାମୀ ଚଳଚ୍ଚିତ୍ରର ଟିଜର ଏବଂ ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍ ହୋଇନାହିଁ। କିନ୍ତୁ ଏହି ସମୟରେ ଫିଲ୍ମର ଅଭିନେତ୍ରୀ ରଶ୍ମିକା ମନ୍ଦନା ଏକ ରୋମାଞ୍ଚକ ଖୁଲାସା କରିଛନ୍ତି। ନିକଟରେ ଫିଲ୍ମ ଗୁଡବାଏର ଟ୍ରେଲର ଲଞ୍ଚ ସମୟରେ ରଶ୍ମିକା ମନ୍ଦନା କହିଛନ୍ତି, ‘ମୁଁ ମୋର ସ୍ଵପ୍ନକୁ ଖୋଲିକରି ବିତାଉଛି। ଅଲ୍ଲୁ ସାର୍‌ଙ୍କ ସହ ଆଉ କିଛି ଦିନ ମଧ୍ୟରେ ପୁଷ୍ପା -୨ରେ କାମ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ମୁଁ ଅମିତାଭ ସାରଙ୍କ ସହ କରିଥିବା ଫିଲ୍ମର ଟ୍ରେଲର ଲଞ୍ଚ କରୁଛି। ମୁଁ ଏ ବିଷୟରେ ଆଉ କ’ଣ କହିବି କହିବାକୁ ଗଲେ ପୁଷ୍ପା ରେ ରଶ୍ମିକାଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।‘ପୁଷ୍ପା’ ଯୋଗୁଁ ଉତ୍ତର ଭାରତରେ ରଶ୍ମିକା ମବହୁତ ଲୋକପ୍ରିୟ ହୋଇପାରିଛନ୍ତି। ଗୁଡବାଏ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଅମିତାଭ ବଚ୍ଚନଙ୍କ ଝିଅ ଭୂମିକାରେ ନଜର ଆସିବେ। ସୂଚନାଅନୁଯାୟୀ ଯେ ପୁଷ୍ପା -୧ ବକ୍ସ ଅଫିସରେ କଲେକସନ ଅନେକ ରେକର୍ଡ ଭାଙ୍ଗିଛି ଏବଂ ବର୍ତ୍ତମାନ ଏହାର ପାର୍ଟ-୨କୁ ଦର୍ଶକ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.