ରବି ଶାସ୍ତ୍ରୀଙ୍କୁ ଟ୍ରୋଲ୍ କଲେ ବାବର ଆଜମ

ଶାରଜାହ ୦୮/୦୯: ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ବାବର ଆଜାମ ଏସିଆ କପ୍ ୨୦୨୨ରେ ବ୍ୟାଟିଂ କରିବାର ସୁଯୋଗ ପାଇନଥିଲେ । କିନ୍ତୁ ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିଥିବାରୁ ସେ ବହୁତ ଖୁସି । ବୁଧବାର ଦିନ ସୁପର-୪ ପର୍ଯ୍ୟାୟ ମ୍ୟାଚରେ ପାକିସ୍ତାନ ଆଫଗାନିସ୍ତାନ ଦଳକୁ ୧ଟି ୱିକେଟରେ ପରାସ୍ତ କରିଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ଦଳ ଶେଷ ଓଭରରେ ଜିତିବା ପାଇଁ ୧୧ ରନ୍ ଆବଶ୍ୟକ ଥିଲା । ତା’ପରେ ଫାଷ୍ଟ ବୋଲର ନାସିମ ଶାହା ଓଭରର ପ୍ରଥମ ଦୁଇଟି ବଲରେ ଦୁଇଟି ଛକା ମାରି ମ୍ୟାଚକୁ ଓଲଟାଇ ଦେଇଥିଲେ । ଦଳ ପାଇଁ ଏହା ଏକ ଐତିହାସିକ ବିଜୟ ଥିଲା । ଏହି ବିଜୟ ପରେ ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ପାକିସ୍ତାନୀ ଅଧିନାୟକ ବାବର ଆଜାମଙ୍କୁ ସାକ୍ଷାତକାର ନେଇଥିଲେ ।

Leave A Reply

Your email address will not be published.