ଅନଲାଇନରେ ମଦ ମଗାଇବା ପଡିଲା ମହଙ୍ଗା

ମୁମ୍ବାଇ ୮।୯: ବାନ୍ଦ୍ରା (ପଶ୍ଚିମ)ର ଜନୈକା ୪୭ ବର୍ଷ ବୟଷ୍କା ମହିଳା ସ୍ଥାନୀୟ ମଦ ଦୋକାନରୁ ୨ ହଜାର ଟଙ୍କାର ଅନଲାଇନ କ୍ରୟ କରିବାକୁ ଉଦ୍ୟମ କରି ସାଇବର ଠକାମୀର ଶିକାର ହୋଇଛନ୍ତି। ତାଙ୍କ କ୍ରେଡିଟ କାର୍ଡରୁ ସାଇବର ଠକ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ନେଇ ବୁଧବାର ବାନ୍ଦ୍ରା ପୋଲିସରେ ଲିଖିତ ଏତଲା ଦେଇଛନ୍ତି। ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଅନୁସାରେ କାର୍ଟର ରୋଡରେ ରହୁଥିବା ମହିଳା ଜଣକ ଗୁଗଲରୁ ବାନ୍ଦ୍ରାର ଏକ ୱାଇନ ଆଉଟଲେଟର ନମ୍ବର ସଂଗ୍ରହ କରି ଅନଲାଇନରେ ମଦ କିଣିବା ପାଇଁ କଲ କରିଥିଲେ। ସେ ଏହି କଲ ସେପ୍ଟେମ୍ବର ୬ ତାରିଖରେ କରିଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଯାଇଛି।

Leave A Reply

Your email address will not be published.