କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା କମିଟି ରେ କିଛି ପରିବର୍ତ୍ତନ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚା କମିଟି ରେ କିଛି ପରିବର୍ତ୍ତନ କରାଯାଇଛି । ଫୁଲବାଣୀ ନଗର ଯୁବମୋର୍ଚ୍ଚା ସଭାପତି ଭାବେ ଅମରେନ୍ଦ୍ର ବେହେରାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ପୂର୍ବରୁ ଥିବା ଉଭୟ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଙ୍କ ସ୍ଥାନରେ ବର୍ତ୍ତମାନ ଜଗନ୍ନାଥ ସାହୁ (ଟିକୁ ) ଏବଂ ମୋତିଲାଲ ଦିଗାଲଙ୍କୁ ଜିଲ୍ଲା ସଭାପତି, ଜିଲ୍ଲାର ବରିଷ୍ଠ ନେତୃତ୍ୱ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତିଙ୍କ ଅନୁମତି କ୍ରମେ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କଅଁର ସୁଚନା ଦେଇଛନ୍ତି । ନୂତନ ଦାୟିତ୍ବ ପାଇଲା ପରେ ସମସ୍ତେ ଏମାନଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ସ୍ବାଗତ କରିଥିବା ଦେଖିବାକୁ ମିଳିଛି । ସେହିଭଳି ନଗର ମଣ୍ଡଳ ସଭାପତି ଏବଂ ସାଧାରଣ ସମ୍ପାଦକ ଦାୟିତ୍ବ ପାଇବା ପରେ ସେମାନେ ମଧ୍ୟ ଜିଲ୍ଲା ଓ ରାଜ୍ୟ ନେତୃତ୍ୱ ଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.