ସୋନୁଙ୍କ ପ୍ରଶଂସକ ଆଙ୍କିଲେ ରକ୍ତରେ ଫଟୋ

ମୁମ୍ଵାଇ ୧୦।୦୯: କରୋନା ମହାମାରୀ ସମୟରୁ ଅଭିନେତା ସୋନୁ ସୁଦ ଲୋକଙ୍କ ଖୁବ୍‌ ସାହାଯ୍ୟ କରିଛନ୍ତି। ସେ କେବଳ ପରଦାରେ ଅଭିନୟ ପାଇଁ ଜଣାଶୁଣା ନୁହଁନ୍ତି, ତାଙ୍କର ଭଲ କାମ ଯୋଗୁଁ ମଧ୍ୟ ବହୁତ ଲୋକପ୍ରିୟ ହୋଇପାରିଛନ୍ତି ।ସେ ପ୍ରାୟତ ତାଙ୍କ ଘରେ ଲୋକଙ୍କୁ ଭେଟନ୍ତି ଏବଂ ସେମାନଙ୍କୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ମଧ୍ୟ କରନ୍ତି।ସେଥିପାଇଁ ପ୍ରଶଂସକମାନେ ମଧ୍ୟ ନିଜ ପ୍ରେମ ଦେଖାଇବା ପାଇଁ କିଛି ନୂଆ କରିବା ପାଇଁ ଜାରି ରଖନ୍ତି । ବର୍ତ୍ତମାନ ଏହିପରି ଜଣେ ପ୍ରଶଂସକ ଅଛନ୍ତି । ଯିଏ ତାଙ୍କ ରକ୍ତରେ ନିର୍ମିତ ଏକ ଫଟୋ ଆଙ୍କିଛନ୍ତି । ବର୍ତ୍ତମାନ ଅଭିନେତା ଟ୍ଵିଟରରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସୋନୁ ସୁଦ ତାଙ୍କ ଟ୍ଵିଟରରୁ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ପେଣ୍ଟିଂ ଉପସ୍ଥାପନ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଏହା ଶୁଣିବାକୁ ମିଳୁଛି କି ସୋନୁ ସୁଦ କହିଛନ୍ତି ଯେ ଏହା ଜଣେ ଅତି ଦକ୍ଷ କଳାକାର, ଭାଇ ସାହାବ ମୋ ଚିତ୍ର ଆଙ୍କିଛନ୍ତି।ସବୁଠାରୁ ବଡ କଥା କହିଛନ୍ତି ‘ଏହା ତୁମେ ଭୁଲ୍ କରିଛ ଯେ ତୁମେ ରକ୍ତରେ ଫଟୋ  ଆଙ୍କିଛ’।ଏହି ଭିଡିଓ ସେୟାର କରି ଅଭିନେତା ସୋନୁ ସୁଦ ତାଙ୍କ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି କିନ୍ତୁ ଏଥି ସହ ପ୍ରଶଂସକଙ୍କୁ ଏହିପରି ଫଟୋ କରିବା ପରିବର୍ତ୍ତେ ରକ୍ତ ଦାନ କରିବାକୁ କହିଛନ୍ତି। ସୋନୁ ସୁଦ ଟ୍ୱିଟ୍ କରି ଲେଖିଛନ୍ତି- “ରକ୍ତ ଦାନ କର ମୋ ଭାଇ ରକ୍ତରେ ମୋର ପେଣ୍ଟିଂ କରି ତୁମର ସମୟ ନଷ୍ଟ କର ନାହିଁ। ଦେଇଥିବାରୁ  ବହୁତ ଧନ୍ୟବାଦ”। ଏହି ସବୁ ଦେଖି ୟୁଜର୍ସମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.