୩୨ ବର୍ଷରେ ଓଡ଼ିଶା ଆସିଥିଲେ ପ୍ରିନ୍ସ ଚାର୍ଲସ, ୧୯୮୦ରେ ପିଇଥିଲେ ପଇଡ଼ ପାଣି

ନୂଆଦିଲ୍ଲୀ ୧୦/୦୯: ଆଜି ବ୍ରିଟେନର ନୂଆ ରାଜା ପ୍ରିନ୍ସ ଚାର୍ଲସଙ୍କ ରାଜାଭିଷେକ । ଏହା ପୂର୍ବରୁ ତାଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ସେ ଓଡ଼ିଶା ଆସିଥିବାର ଏକ ଖବର ସାମ୍ନାକୁ ଆସିଛି। ୧୯୮୦ ରେ ରାଜ୍ୟ ଅତିଥି ଭାବରେ ଓଡିଶା ଗସ୍ତରେ ସେ ଆସିଥିଲେ । ସେତେବେଳେ ତାଙ୍କୁ ୩୨ ବର୍ଷ ହୋଇଥିଲା । ପ୍ରିନ୍ସ ଚାର୍ଲ୍ସ ପୁରୀ ଜିଲ୍ଲାର ହରିପୁର ଗାଁର ପରିଦର୍ଶନ କରିବାକୁ ଆସିଥିଲେ। ସେ ଗାଁରେ ପଇଡ଼ ପାଣି ପିଇ ଦେଖିଥିଲେ । ଗଛରୁ କିଭଳି ନଡିଆ ତୋଳା ହେଉଛି ତାହା ଦେଖିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ପୁରୀ ଯିବା ବାଟରେ ବଳଦ ଗାଡି ଦେଖିଥିଲେ। ଯାହାକୁ ଦେଖି ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଆଉ ସେ ଯାଉଥିବା ଗାଡିକୁ ଅଟକାଇ ଶଗଡଟିକୁ ଦେଖିଥିଲେ। ସେତେବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲାଭ ପଟ୍ଟନାୟକ ଥିଲେ । ଏବଂ ସି ଏମ ପୁନାଚା ରାଜ୍ୟପାଳ ଥିଲେ। ଚାର୍ଲ୍ସ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରର ରାଜ ଭବନରେ ରହିଥିଲେ। ରାଜଧାନୀ ସ୍ଥିତ ମୁକ୍ତେଶ୍ୱର ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ।

Leave A Reply

Your email address will not be published.