ଟ୍ରକ ସହ ଧକ୍କା ହେଲା ଅଟୋ, ଡ୍ରାଇଭର ସମେତ ୭ ଛାତ୍ରଛାତ୍ରୀ ଆହତ

ମୁନିଗୁଡା ୧୦/୦୯: ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା । ଫଳରେ ଅଟୋରେ ବସିଥିବା ୬ଜଣ ଛାତ୍ରୀଛାତ୍ର ଙ୍କ ସମେତ ଅଟୋ ଡ୍ରାଇଭର ଆହତ ହୋଇ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସେଥିମଧ୍ୟରୁ ୩ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ୬ ଜଣଙ୍କ ମଧ୍ୟରୁ ୪ଜଣ ଛାତ୍ରୀ ଓ ୨ ଜଣ ଛାତ୍ର ଅଛନ୍ତି । ଅଟୋଟି ଅମ୍ବାଦଳାରୁ ଛାତ୍ରୀଛାତ୍ର ଙ୍କୁ ନେଇ ମୁନିଗୁଡା ଆଦର୍ଶ ବିଦ୍ୟାଳୟ କୁ ଆସୁଥିବା ବେଳେଏହି ଦୁର୍ଘଟଣା ଟି ଘଟିଛି । ଖବରପାଇ ମୁନିଗୁଡା ପୋଲିସ, ମୁନିଗୁଡା ବିଡିଓ ଓ ଆଦର୍ଶ ବିଦ୍ୟାଳୟ ର ଶିକ୍ଷକ ମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି ।ପୋଲିସ ଘଟଣାର ତଦନ୍ତ ଜାରିରଖିଛନ୍ତି ।

Leave A Reply

Your email address will not be published.