ପୋଲ ବାଡ଼ରେ ଝୁଲୁଛି ମୃତଦେହ

ଭୋଗରାଇ୧୨/୦୯: ୫୭ ନମ୍ବର ରାଜ୍ୟ ରାଜପଥ ବାଟଗ୍ରାମ ପୋଲ ବାଡ଼ରେ ଝୁଲନ୍ତା ମୃତଦେହ ଠାବ। ଯୁବକ ଜଣକ ବାଟଗ୍ରାମର ଚୈତନ୍ୟ କାମିଳା । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଘଟଣା ସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ହତ୍ୟା କି ଆତ୍ମହତ୍ୟା ତଦନ୍ତ ଜାରି । ସୂଚନା ଥାଉକି, ଆଜି ସକାଳୁ ମୃତଦେହ ଝୁଲୁଛିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଖବରପାଇ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.