ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ

ପାଟଣା ୧୨/୦୯: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛନ୍ତି ୨୨ଟିକିଆ ହାତୀପଲ । ହାତୀପଲ ଦୁଇ ସପ୍ତାହ ହେଲାଣି ଏ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ବିଳମ୍ବିତ ରାତିରେ ହାତୀପଲ ସରସ୍ୱତୀ ପଡା ଗ୍ରାମରେ ଦୁଇଟି ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ଏଥିସହ ଅଞ୍ଚଳରେ ବ୍ୟାପକ ଧାନ ଓ ବୋଇତାଳୁ ଚାଷକୁ ନଷ୍ଟ କରିଛନ୍ତି ହାତୀପଲ । ଆଜି ପର୍ଯ୍ୟନ୍ତ ହାତୀପଲ ପାଟଣା ରେଞ୍ଜ ଅଞ୍ଚଳରେ ୨୭ ଟି ଘର ଭାଙ୍ଗି ସାରିଥିବା ବେଳେ ହାତୀଙ୍କ ଗର୍ଜନ ଓ ଉପଦ୍ରବ ଭୟରେ ଲୋକେ ସନ୍ଧ୍ୟା ହେଲେ ଘର ଦ୍ୱାର ଛାଡି ସୁରକ୍ଷିତ ସ୍ଥାନୃକୁ ପଳାଉଥିବା ଦେଖିବାକୁ ମିଳିଛି । ହାତୀପଲଙ୍କ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ହାତୀ ଘଉଡାଇବାରେ ବନ ବିଭାଗ ବିଫଳ ହେଉଥିବା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.