ବିଜେଡିର ମିଶ୍ରଣ ପର୍ବ

ଚଣ୍ଡିଖୋଲ ୧୨।୦୯ : ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡିର ବଢୁଛି ବଳ । ବଡ଼ଚଣା ବିଜେଡିରେ ସରପଞ୍ଚଙ୍କ ସହ ବହୁ କର୍ମୀ ସାମିଲ ହୋଇଛନ୍ତି । ଚଣ୍ଡିଖୋଲ ଠାରେ ବଡ଼ଚଣା ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବ୍ଲକର ପତରାଜପୁର, ବଡବାଲିକୁଦା ଓ ପଲେଇ ପଞ୍ଚାୟତର ସରପଞ୍ଚଙ୍କ ସହ ଶତାଧିକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ବ୍ଲକ ବିଜେଡି ସଭାପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗଦେଇ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ ।ଏହାଦଳକୁ ଆଗାମୀ ଦିନରେ ଆହୁରି ମଜବୁତ କରିବା ସହ ବଡ଼ଚଣାରେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବ ବୋଲି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି । ଏହି ମିଶ୍ରଣ ପର୍ବରେ ବ୍ଲକ ଅଧ୍ୟକ୍ଷ, ଜିଲ୍ଲାପରିଷଦ ଓ ବହୁ ବିଜେଡି କର୍ମକର୍ତ୍ତା ଯୋଗ ଦେଇଥିଲେ ।

Leave A Reply

Your email address will not be published.