ଫୁଲବାଣୀ ନୂତନ DFO ଭାବେ ଯୁବ ପ୍ରଶାନ୍ତ ପଟେଲଙ୍କ ଯୋଗଦାନ

ଫୁଲବାଣୀ ୧୨।୦୯: ଫୁଲବାଣୀ ନୂତନ ବନଖଣ୍ଡ ଅଧିକାରୀ ଭାବେ ଯୁବ ଆଇଏଫ୍‌ଏସ୍‌ ପ୍ରଶାନ୍ତ ପଟେଲଙ୍କ ଯୋଗଦାନ । ପ୍ରଶାନ୍ତ ଡେରାଡୁନ୍‌ରୁ ଟ୍ରେନିଂ ସାରି ଫୁଲବାଣୀ ଡିଭିଜନର ଇନଚାର୍ଜ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ଏହା ପୂର୍ବରୁ ଫୁଲବାଣୀ ଡିଏଫ୍‌ଓ ଥିବା ଲକ୍ଷ୍ମୀଧର ବେହେରାଙ୍କ ଅବସର ପରେ ବାଲିଗୁଡ଼ା ଡିଏଫଓ ବିଶ୍ୱରାଜ ପଣ୍ଡା ଫୁଲବାଣୀ ଡିଏଫଓ ଭାବେ ଅତିରିକ୍ତ ଭାବେ ଦାୟିତ୍ୱରେ ଥିଲେ । ତେବେ ନୂତନ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲଙ୍କ ଯୋଗଦାନ ପରେ ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ବନ୍ୟାପ୍ରାଣୀ ସୁରକ୍ଷା ଓ ମୂଲ୍ୟବାନ ଜଙ୍ଗଲର ସୁରକ୍ଷା ଦୃଷ୍ଟି ଉପରେ ବିଶେଷ ଧ୍ୟାନ୍‌ ଦିଆଯିବ । ଏହି ଅବସରରେ ସମସ୍ତ ରେଞ୍ଜର ଓ ବନକର୍ମଚାରୀମାନେ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.