ପୁଣି ଆଇଏଏସ୍ ସ୍ତରରେ ଅଦଳବଦଳ, ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଦୀର୍ଘ ବର୍ଷ ଧରି ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦ୍ଦେଶିକା ଦାୟିତ୍ୱରେ ଥିବା ୨୦୦୧ ବ୍ୟାଚ୍ ଆଇଏଏସ୍ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କୁ ସ୍ୱାସ୍ଥ୍ୟ ବିଭାଗର କମିସନର ଏବଂ ସଚିବ ଭାବେ ନିଯୁକ୍ତି ମିଳିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି । ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଏବଂ ଗ୍ରୀଡ଼କୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ନିଯୁକ୍ତି ପାଇଛନ୍ତି । ଏହି ତାଲିକାରେ ୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଥିବା ବେଳେ ଜଣେ ଆଇଆରଟିଏସ ଅଧିକାରୀ ଏବଂ ଜଣେ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି ।

gpkandhamal

ନିକୁଞ୍ଜ ବିହାରୀ ଧଳ- ଅବକାରୀ ବିଭାଗ, ଗ୍ରୀଡକୋ ଅଧ୍ୟକ୍ଷ(ଅତିରିକ୍ତ ଦାୟିତ୍ୱ)
ଡ. ଅରବିନ୍ଦ କୁମାର ପାଢ଼ୀ- ହସ୍ତତନ୍ତ ଏବଂ ବୟନ ଶିଳ୍ପ(ଅତିରିକ୍ତ ଦାୟିତ୍ୱ)
ସୁରେଶ କୁମାର ବଶିଷ୍ଠ- କମିସନର/ସଚିବ, ମତ୍ସ୍ୟ ଏବଂ ପଶୁସମ୍ପଦ
ଶ୍ରୀମତୀ ଶୁଭ ଶର୍ମା- କମିସନର/ସଚିବ, ମହିଳା ଏବଂ ଶିଶୁ ବିକାଶ
ଭାସ୍କର ଜ୍ୟୋତି ଶର୍ମା- ବିଜ୍ଞାନ ଓ କାରିଗରୀ କୌଶଳ(ଅତିରିକ୍ତ ଦାୟିତ୍ୱ)
ଶ୍ରୀମତୀ ଶାଳିନୀ ପଣ୍ଡିତ- କମିସନର/ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଗୁହା ପୁନମ ତାପସ କୁମାର- ଅତିରିକ୍ତ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ
ଡ. ବୃନ୍ଦା ଡି- ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦ୍ଦେଶିକା
ସଞ୍ଜୟ କୁମାର ମିଶ୍ର- ଓପିଟିସିଏଲ ଅଧ୍ୟକ୍ଷ/ଏମଡି(ଅତିରିକ୍ତ ଦାୟିତ୍ୱ)
ସରୋଜ କୁମାର ମିଶ୍ର- ସ୍ୱତନ୍ତ୍ର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

Umasankar Adv
Leave A Reply

Your email address will not be published.