ମା ତାରିଣୀଙ୍କ ପୀଠରୁ ମିଳିଲା ପୁରାତନ ମୂର୍ତ୍ତି, ଗାଁର ଭକ୍ତିମୟ ପରିବେଶ

ଚଣ୍ଡିଖୋଲ ୧୩।୦୯ : ମା ତାରିଣୀଙ୍କ ପୀଠରୁ ମିଳିଲା ପୁରାତନ ମୂର୍ତ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆଁ ପଞ୍ଚାୟତ ସାତମାଣ ଗାଁରେ ଥିବା ମା ତାରିଣୀ ପୀଠରୁ ଏକ ଫୁଟ୍‌ ଉଚ୍ଚତାରୁ ମୁଗୁନି ପଥର ଜବତ ହୋଇଛି । ଏହାସହ ଦଶ ଇଞ୍ଚ ଉଚ୍ଚତା ତମ୍ବା ନାଗ ମୂର୍ତ୍ତି ଓ ଦୁଇ ଗୋଟି ଆଠ ଇଞ୍ଚ ରୂପାର ଘୋଡ଼ା ବସିଥିବା ଭୈରବୀ ମୂର୍ତ୍ତି ଉଦ୍ଧାର ହୋଇଛି । ଖବର ଅନୁଯାୟୀ, ସକାଳ ସମୟରେ ପୂଜକ ଗାଁରେ ଥିବା ମା ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବାକୁ ଆସିଥିଲେ । ଏହି ସମୟରେ ହଠାତ୍‌ ପୀଠରେ ଦ୍ୱାର ମୁହଁରେ ଏହି ମୂର୍ତ୍ତି ସବୁ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ମନ୍ଦିରରେ ପହଞ୍ଚି ସମସ୍ତ ମୂର୍ତ୍ତିକୁ ଦେଖିଥିଲେ । ତେବେ ଏହି ସବୁ ମୂର୍ତ୍ତି କେଉଁଠୁ ଆସିଲା । ତାହା ଜଣାପଡିନାହିଁ ।

Leave A Reply

Your email address will not be published.