ସେପଟେ ଚାଲିଛି ଭାରତ ଯୋଡ଼ୋ, ଏପଟେ ନେତା କଂଗ୍ରେସ ଛାଡ଼

ପାଣାଜୀ: ଗୋଟିଏ ପଟେ କଂଗ୍ରେସ ଭାରତ ଯୋଡ଼ୋ ଅଭିଯାନ ଚଳାଉଥିବା ବେଳେ ଅନ୍ୟପଟେ ଦଳୀୟ ନେତାମାନେ କଂଗ୍ରେସ ଛାଡ଼ ଅଭିଜାନ ଜାରି ରଖିଛନ୍ତି। ଗୋଆର ୮ କଂଗ୍ରେସ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍ ହୋଇଛନ୍ତି। ଏନେଇ ମଙ୍ଗଳବାର ଗୋଆର ପୂର୍ବତନ କଂଗ୍ରେସ ବିଧାୟକ ମାଇକେଲ ଲୋବୋ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ହାତ ମଜଭୁତ କରିବା ପାଇଁ କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ମାଇକେଲ କହିଛନ୍ତି। ଗୋଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ ଏବଂ ବିରୋଧୀ ଦଳ ନେତା ମାକେଇଲ ଲୋବୋ ଅନ୍ୟ ବିଧାୟକଙ୍କ ସହିତ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ଗୋଆ ଏକ ପ୍ରକାର କଂଗ୍ରେସ ଶୂନ ହୋଇଯାଇଛି। ୮ ବିଧାୟକ ଦଳ ଛାଡ଼ିବା ପରେ ବର୍ତ୍ତମାନ ଗୋଆରେ ମାତ୍ର ୩  କଂଗ୍ରେସ ବିଧାୟକ ରହିଛନ୍ତି। ଦଳ ଛାଡ଼ିଥିବା ବିଧାୟକମାନେ ହେଲେ ଦିଗମ୍ବର କାମାତ, ମାଇକେଲ ଲୋବୋ, ଦେଲିଲାହ ଲୋବୋ, ରାଜେସ ଫାଲଦେଶାଇ, କେଦାର ନାୟକ, ସଂକଳ୍ପ ଅମୋନକର, ଆଲେଇକ୍ସୋ ସିକ୍ୟୁଏରା ଏବଂ ରୁଡଲୋଫ ଫର୍ଣ୍ଣାଣ୍ଡିଜ୍। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ଏମାନେ ଦଳରେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.