ସାଉଥରେ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ ପାଇଁ ରାଜାମୌଲିଙ୍କୁ ମିଳିଥିଲା ୧୦ କୋଟି ?

ମୁମ୍ଵାଇ ୧୪।୦୯: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’। ଏହି ଫିଲ୍ମ ଦର୍ଶକଙ୍କ ମନକୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକସନ୍‌ କରୁଛି। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ବଏକଟ୍‌କୁ ଶେଷ କରିବାକୁ ଯାଉଛି। ଏହି ସମୟରେ ବର୍ତ୍ତମାନ ଉଠୁଥିବା ଗୁଜବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।  କୁହାଯାଉଛି କି ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ ରାଜାମୌଲିଙ୍କୁ ‘ବ୍ରହ୍ମାସ୍ତ୍ର’ର ପ୍ରମୋସନ ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସର ଏକ ସୂତ୍ରରୁ ପ୍ରକାଶ ଯେ, ବାହୁବଳୀ ଧର୍ମା ପ୍ରଡକ୍ସନ ଦ୍ୱାରା ହିନ୍ଦୀରେ ବଣ୍ଟନ ହେବା ପରଠାରୁ ରାଜାମୌଲି କରଣ ଜୋହରଙ୍କ ସହ ଅତି ନିକଟତର ହୋଇଥିଲେ। ବ୍ରହ୍ମାସ୍ତ୍ର ପ୍ରମୋସନ ପାଇଁ ସେ ଏହି ସମୟରେ ଟଙ୍କା ଟ୍ରାନ୍ସଫର କଥା ଉଠିଥିଲା। କୁହାଯାଉଛି କି ଏହି ଫିଲ୍ମର ପ୍ରମୋସନ୍‌ ପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦିଆଯାଇଛି ।  ହେଲେ ଏବେ ଏହାକୁ ନେଇ ଶୁଣିବାକୁ ମିଳୁଛି କି ବୋଧ ହୁଏ ରାଜାମୌଲି ଏବଂ କରଣ ଜୋହରଙ୍କ ସମ୍ପର୍କକୁ ନଷ୍ଟ କରିବା ପାଇଁ ଏଭଳି ଖବର ଚର୍ଚ୍ଚା କରାଯାଉଛି । ଯାହାର କୌଣସି ପ୍ରକାରର ସତ୍ୟତା ନାହିଁ । କହିବାକୁ ଗଲେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ୯ ସେପ୍ଟେମ୍ବରରେ ରିଲିଜ୍‌ ହୋଇଥିଲା। ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି । କଲେକସନ ରିପୋର୍ଟ ଅନୁଯାୟୀ, ଫିଲ୍ମଟି ପ୍ରଥମ ସପ୍ତାହରେ ପ୍ରାୟ ୧୨୫ କୋଟି ଟଙ୍କା ରୋଜଗାର କରିଥିଲା ​। ଏଥି ସହିତ ଫିଲ୍ମର ୫ମ ଦିନର ଅର୍ଥାତ୍ ମଙ୍ଗଳବାର ୧୨.୭୫ ରୁ ୧୩.୭୫ କୋଟି ଟଙ୍କା ଆୟ କରିଛି। ଏହା ପରେ ଫିଲ୍ମ ୧୫୦ କୋଟି ଟଙ୍କା କ୍ଲବରେ ସାମିଲ୍‌ ହୋଇଛି।

Leave A Reply

Your email address will not be published.