ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ହିନ୍ଦୀ ଦିବସ ଓ ପକ୍ଷ ପାଳିତ

ଫୁଲବାଣୀ : ଆଜି ଚକାପାଦ ବ୍ଲକର ଗୁରୁକୁଳ ସଂସ୍କୃତି ମହାବିଦ୍ୟାଳୟ ଚକାପାଦ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ହିନ୍ଦୀ ଦିବସ ଓ ପକ୍ଷ ପାଳିତ ହୋଇଯାଇଅଛି । ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଗୁରୁକୁଳ ସଂସ୍କୃତି ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ ପଦ୍ମନାଭ ଡିଗାଲ ଯୋଗ ଦେଇଥିବାବେଳେ ସନମାନୀତ ଅତିଥି ଭାବରେ ସାହିତ୍ୟ ଅଧ୍ୟାପକ ଡ଼ଃ ସୂର୍ଯ୍ୟ ନାରାୟଣ ମିଶ୍ର, ଓଡ଼ିଆ ଅଧ୍ୟାପକ ତପନ କୁମାର ପ୍ରଧାନ ଏବଂନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ,ସୁଭଦ୍ରା ମଲ୍ଲିକ, ରୀତିମା ବାଘ, ଚନ୍ଦନ ପୃଷ୍ଟି ପ୍ରମୁଖ ଯୋଗଦେଇ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନେ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ଓ ଉଦେଶ୍ୟ ଥିଲା ହିନ୍ଦୀ ଭାଷା ଆମର ରାଷ୍ଟ୍ର ଭାଷା ଏହା ଭାରତର ସବୁ ସ୍ଥାନର ଜନ ସାଧାରଣ ଜାଣନ୍ତି । ହିନ୍ଦୀ ଭାଷା ଜାଣିଲେ ଆମେ ଭାରତର ଯେକୌଣସି ସ୍ଥାନକୁ ଯାଇ ଆସିପାରିବ । ପରେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ଦିପାରାଣୀ ନାୟକ ପ୍ରଥମ , ମେଘାଶ୍ରୀ କହ୍ନର ଦ୍ୱିତୀୟ ଏବଂ ଅଙ୍କିତା ଡିଗାଲ ତୃତୀୟ ହୋଇ ଥିଲେ । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସ ର ମୁଖ୍ୟ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଅବ ଗତ କରିଥିଲେ । ସଂଗୀତ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏହି ଦିବସ ୧୪ ସେପ୍ଟେମ୍ବର ରୁ ଆରମ୍ବ ହୋଇ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ କନ୍ଧମାଳ ଜ଼ିଲ୍ଲାରେ ନେହରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା କରି ଜନ ସାଧାରଣ ମାନଙ୍କୁ ସଚେତନ କରାଯିବ ବୋଲି ନେହରୁ ଯୁବ କେନ୍ଦ୍ର ତରଫରୁ ସୂଚନା ଦିଆ ଯାଇଛି । ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସ୍ୱେଚ୍ଛା ସେବୀ ସୁଭଦ୍ରା ମଲ୍ଲିକ ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ମାନଙ୍କୁ ସ୍ୱାଗତ କରିଥିବା ବେଳେ ଶୁକ୍ଳମ୍ବର ନାୟକ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।

Leave A Reply

Your email address will not be published.