ଗଞ୍ଜେଇ ବିକ୍ରି ପାଇଁ ଚାଲିଥିଲା ଯୋଜନା, ଚଢାଉ କରି ତିନି ମାଫିଆଙ୍କୁ ଗିରଫ କଲା ପୋଲିସ

ମୁନିଗୁଡ଼ା ୧୫।୦୯ : ମୁନିଗୁଡ଼ା ପୋଲିସକୁ ସଫଳତା । ଗଞ୍ଜେଇ ବିକ୍ରି ପାଇଁ ଯୋଜନା ବେଳେ ମାଡିବସିଲା ପୋଲିସ । ୧୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ତିନି ଜଣ ମାଫିଆଙ୍କ ଗିରଫ କରିଛି ପୋଲିସ । ଏହାସହିତ ୩ଟି ବାଇକ ମଧ୍ୟ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ମୁନିଗୁଡା ପୋଲିସ  ପାଣ୍ଡରାଖାଲ ଛକ ନିକଟରେ ଚଢ଼ାଉ କରିଥିଲା । ସେଠାରେ ୭ଟି ବ୍ୟାଗ୍‌ରେ ଚାଲାଣ ପାଇଁ ରଖିଥିବା ୧୩୦ କିଲୋ ଗଂଜେଇ ଏବଂ ସେମାନଙ୍କ ବ୍ୟବହୃତ ୩ଟି ବାଇକ ଜବତ ହୋଇଛି । ଏହାସହ ତିନିଜଣ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ। ଗିରଫ ମାଫିଆ ହେଲେ ଗଜପତିର ଖରିଆଗୁଡା ଗାଁର ସୁରେନ୍ଦ୍ର ଶୋଭାସୁନ୍ଦର, ସୁରେନ୍ଦ୍ର ମାଳି  ଓ ପଦ୍ମପୁର ଥାନାର ଉଣ୍ଡରୁଗୁଡ଼ା ଗାଁର କରଣ ପାଲକା। ତେବେ  ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ  ୧୩ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.