ସମାପ୍ତ ହେବ କରୋନା!  ଜାଣନ୍ତୁ କ’ଣ କହିଛନ୍ତି WHO ମୁଖ୍ୟ?

ଜେନେଭା ୧୫।୯: କରୋନା ଭାଇରସ ମହାମାରୀ (କୋଭିଡ-୧୯)୩ ବର୍ଷ ପୂରଣ କରିବାର କିଛି ମାସ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ଏହି ସଂକ୍ରାମକ ରୋଗର ଅନ୍ତ ନେଇ ସକରାତ୍ମକ ଆଶାବ୍ୟକ୍ତ କରିଛନ୍ତି।  ଏହି ବେମାରୀର ସମାପ୍ତି ଲାଗି ଦୁନିଆକୁ ଏପରି ଭଲ ସ୍ଥିତିରେ ପୂର୍ବରୁ ସେ କେବେ ଦେଖି ନଥିଲେ ବୋଲି ବୁଧବାର ଏକ ଗଣମାଧ୍ୟମ ବାର୍ତ୍ତାରେ କହିଛନ୍ତି। ତେବେ ଭୂତାଣୁ ମୁକାବିଲା ଲାଗି ସବୁ ଦେଶଙ୍କୁ ନିଜ ଉଦ୍ୟମ ଜାରି ରଖିବାକୁ ସେ କହିଛନ୍ତି। ଡବ୍ଲୁଏଚଓ ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସସ୍ ସାମ୍ବାଦିକଙ୍କୁ କହିଛନ୍ତି ଯେ ଆମେ ମହାମାରୀକୁ ସମାପ୍ତ କରିବା ପାଇଁ କେବେବି ଏହାଠୁ ଭଲ ସ୍ଥିତିରେ ନଥିଲେ। ଆମେ ଏବେ ମହାମାରୀର ସମାପ୍ତିର ସୀମାରେ ପହଞ୍ଚିପାରିନେ, ତେବେ ଏହାର ଅନ୍ତ ଖୁବ୍ ଶୀଘ୍ର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ବିଶ୍ୱକୁ ଏହି ସୁଯୋଗର ଫାଇଦା ନେବାକୁ ପଡିବ। ଯଦି ଆମେ ଏହି ଅବସରର ଲାଭ ନ ନେଉଛେ ତେବେ ଆମକୁ ଆଉ ଅଧିକ ଭେରିଆଣ୍ଟ, ଅଧିକ ମୃତ୍ୟୁ, ଅଧିକ ବ୍ୟବଧାନ ଓ ଅଧିକ ଅନିଶ୍ଚିତତାର ବିପଦ ରହିବ।

Leave A Reply

Your email address will not be published.