ଜଳଖିଆ ଦୋକାନ ଓ ହୋଟେଲରେ ରହୁନି ପରିଚ୍ଛନତା, ଖାଦ୍ୟର ମାନ ଯାଞ୍ଚ ବେଳେ କଟିଲା ଫାଇନ୍

ଚଣ୍ଡୀଖୋଲ ୧୫/୦୯: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକରେ ଥିବା ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲରେ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ଚଢ଼ାଉ । ଆଜି ଚଣ୍ଡୀଖୋଲ ଛକରେ ଗଢି ଉଠିଥିବା ବିଭିନ୍ନ ଜଳଖିଆ ଦୋକାନ ଓ ହୋଟେଲ ମାନଙ୍କରେ ଚଢାଉ କରାଯାଇଥିଲା । ମିଳିତ ଭାବେ ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିଛନ୍ତି ଅଧିକାରୀ । ହୋଟେଲର ଲାଇସେନ୍ସ, ହୋଟେଲ ଗୁଡିକର ରୋଷଇ ଶାଳର ପରିଛନତା ପରଖିଛନ୍ତି । ତେବେ ବାସୀ ଖାଦ୍ୟ ଓ ଖାଦ୍ୟରେ କେଉଁ ମସଲା ବ୍ୟବହାର କରାଯାଉଛି ସେ ନେଇ ମଧ୍ୟ ଯାଞ୍ଚ ହୋଇଥିଲା । କିଛି ହୋଟେଲ ମାନଙ୍କରେ ନିମ୍ନ ମାନର ଖାଦ୍ୟ ଓ ନିୟମକୁ ଉଲଘଂନ କରୁଥିବାରୁ ସେମାନଙ୍କୁ ଫାଇନ ବି କରାଯାଇଛି । ମୋଟ ୧୩୫୦୦ ଟଙ୍କା ଫାଇନ ଲାଗିଛି । ଆଗାମୀ ଦିନରେ ମଧ୍ୟ ଏହିଭଳି ବିଭିନ୍ନ ଛକ ବଜାରରେ ଗଢି ଉଠିଥିବା ହୋଟେଲ ମାନଙ୍କରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.