ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ

କେନ୍ଦ୍ରାପଡ଼ା ୧୫।୦୯ : ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଘଟିଛି ଅଘଟଣ । . ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ବିବାଦ ଲାଗି ରହିଥିଲା । ଗୁରୁବାର ସକାଳୁ ଘର ପାଖରେ ଅଳିଆ ପକାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ହଠାତ୍ ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନ ପଡୋଶୀ ସେକ୍ ଅବଦୁଲ କାଦିର ଓ ସେକ୍ ଅବଦୁଲ ସାଜିଦକୁ ଘର ଭିତରକୁ ଡାକି ନେଇଥିଲେ । ଏହାପରେ ଭିତର ପଟୁ କବାଟ ବନ୍ଦ କରି ଏକ ଧାରୁଆ ଛୁରୀରେ ଦୁଇଭାଇଙ୍କୁ ଆକ୍ରମଣ କରିଥିଲା । ଏଥିରେ ସେକ୍ ଅବଦୁଲ କାଦିର ଓ ସେକ୍ ଅବଦୁଲ ସାଜିଦଙ୍କ ହାତ, ପିଠି ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଅନ୍ୟପଟେ ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.