ବିନା ଡ଼ାକ୍ତରରେ ପ୍ରସବ ହେତୁ ଚାଲିଗଲା ପ୍ରସୂତିଙ୍କ ଜୀବନ, ଚରମ ଅବହେଳା କହି ଦାୟୀ କଲେ ପରିବାର ଲୋକ

ପୁରୀ ୧୬/୦୯: ବିନା ଡ଼ାକ୍ତରରେ ପ୍ରସବ ଯୋଗୁଁ ଚାଲିଗଲା ମା’ର ଜୀବନ । ରାତିରେ ଚିକିତ୍ସାର ଚରମ ଅବହେଳା ଅଭିଯୋଗ ଆଣି ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ସୂଚନା ଥାଉକି, ପୁରୀ ରାହାଡମଲ ବାଉରିବସ ଗ୍ରାମର ଜାନକୀ ମଲ୍ଲିକ ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ବଢିବାରୁ ସ୍ୱାମୀ ଅକ୍ଷୟ ମଲ୍ଲିକ ତାଙ୍କୁ କେରାଣ୍ଡିଆ ଡାକ୍ତରଖାନା ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ନର୍ସଙ୍କ ଦ୍ୱାରା ପ୍ରସବ କରାଯାଇଥିଲା । ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଜାନକୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ନର୍ସ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ନେବାକୁ ପରାମର୍ଶ ଦେଇଥିଲେ । ହସ୍ପିଟାଲରେ ମଧ୍ୟ ଓଟିକୁ ନେବାକୁ ୩୦ମିନିଟ ବିଳମ୍ବ ହୋଇଥିଲା । ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ସେ ଆଖି ବୁଜିଛନ୍ତି । ଡାକ୍ତର ଓ ନର୍ସଙ୍କ ଅବହେଳାକୁ ଦାୟୀ କରି ମୃତଦେହ ରଖି ପରିବାର ଲୋକେ ଧାରଣା ଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.