ଲକ୍ଷ୍ନୌରେ ବର୍ଷା ତାଣ୍ଡବ, ଶୁକ୍ରବାର ସ୍କୁଲ, କଲେଜ, ଦପ୍ତର ବନ୍ଦ, ଲୋକଙ୍କୁ ଘରେ ରହିବାକୁ ପ୍ରଶାସନର ଅନୁରୋଧ

ଲକ୍ଷ୍ନୌ ୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୋଟିଏ ଦିନରେ ରେକର୍ଡ ବର୍ଷା ହୋଇଛି। ଫଳରେ ବିପର୍ଯୟ ସୃଷ୍ଟି ହୋଇଛି। ନିକଟ ଅତୀତରେ ଲକ୍ଷ୍ନୌରେ କେବେ ଏଭଳି ବର୍ଷା ହୋଇନଥିବା ଲୋକେ କହିଛନ୍ତି। ପରିସ୍ଥିତିକୁ ଦେଖି ନଗର କମିଶନର ଡ. ରୋସନ ଜାକବ ଜିଲ୍ଲାର ସବୁ ସରକାରୀ, ଘରୋଇଓ ମାନ୍ୟତା ପ୍ରାପ୍ତ  ସ୍କୁଲ ଛୁଟି ଘୋଷଣା କରିଛନ୍ତି। ପରିସ୍ଥିତିକୁ ଦେଖି ବିଦ୍ୟୁତ କାଟ କରାଯାଇଥିବା ବେଳେ ରାଜଧାନୀ ଅନ୍ଧାରରେ ବୁଡି ଯାଇଛି। ଭୀଷଣ ବର୍ଷା ଯୋଗୁ ଶୁକ୍ରବାର ଲକ୍ଷ୍ନୌରେ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି । ଯଦି ସେପରି କୌଣସି ଜରୁରି କାମ ନାହିଁ ତେବେ ଲୋକଙ୍କୁ ଘରୁ ନ ବାହାରିବାକୁ କୁହାଯାଇଛି। ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ବର୍ଷାରେ ଅନେକ ଅଞ୍ଚଳରେ ପାଣି ଭରି ଯାଇଛି। ଏଣୁ କୌଣସି ପ୍ରକାର ଦୁର୍ଘଟଣା ଆଶଙ୍କାରେ ବିସ୍ତୃତ ଅଞ୍ଚଳର ବିଦ୍ୟୁତ କାଟ କରାଯାଇଛି।

Leave A Reply

Your email address will not be published.