ଆଉ ୨ଟି ଵ୍ୟାଙ୍କ ଆକାଉଣ୍ଟ ଫ୍ରିଜ, ଜବତ ମେଡିସିନ୍‌ ନକଲି- ଡିସିପି

କଟକ୧୭।୦୯ : କଟକରେ ନକଲି ଔଷଧ କାରବାର୍ ମାମଲା । ଆଉ ୨ଟି ଵ୍ୟାଙ୍କ ଆକାଉଣ୍ଟ ଫ୍ରିଜ କଲା ପୋଲିସ । ନକଲି ଔଷଧ ଵ୍ୟଵସାୟୀଙ୍କୁ ଔଷଧ ଯୋଗାଉଥିଵା ଵ୍ୟକ୍ତିଙ୍କ ଆକାଉଣ୍ଟ ଫ୍ରିଜ ହୋଇଛି । ଆକାଉଣ୍ଟରେ ଥିବା ୧୨ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ । ସେହିପରି ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିଛି । ରିମାଣ୍ଡରେ ଜେରାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି । ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଜବତ କରିଛି ପୋଲିସ । ଏମାନଙ୍କଠାରୁ ଜାଣିଶୁଣି ନକଲି ମେଡିସିନ ନେଇଥିବା ବ୍ୟକ୍ତିଙ୍କ ତାଲିକା ପାଇଛି ପୋଲିସ । ଏମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।

Leave A Reply

Your email address will not be published.