ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ କୋର୍ଟ ମିତ୍ର ବୈଠକ

ପୁରୀ ୧୭।୦୯ : ପୁରୀରେ କୋର୍ଟ ମିତ୍ର ଏନ. କେ ମହାନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ କରିଥିଲେ କୋର୍ଟ ମିତ୍ର । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ଏସଆଇ ଅଧିକାରୀଙ୍କ ସହ ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ନେଇ ଆଲୋଚନା କରିଥିଲେ। ବୈଠକ ପରେ ସେ ଏଏସଆଇ ଅଧିକାରୀଙ୍କ ସହ ମିଶି ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରିଥିଲେ। ଏହାପରେ ୮ ଦିନ ମଧ୍ୟରେ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଆମିକସକ୍ୟୁରୀ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ମରାମତି କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ଏଥିସହ ଗର୍ଭଗୃହ, ଜଗମୋହନ, ଭୋଗମଣ୍ଡପ ମରାମତି କାର୍ଯ୍ୟର ମଧ୍ୟ ଅନୁଧ୍ୟାନ ହେବ। ଅନ୍ୟପଟରେ ଭିତର ରତ୍ନଭଣ୍ଡାର ମରାମତି ନେଇ କୌଣସି ଆଲୋଚନା ହୋଇନାହିଁ। ଏଏସଆଇ ପକ୍ଷରୁ କଣ କଣ ମରାମତି କରାଯାଇଛି । ସେ ସବୁର ସ୍ଥିତି କଣ ରହିଛି,ଆଉ କଣ ମରାମତି କରାଯିବ, କେବେ ଓ କିଭଳି କରାଯିବ ତାର ଖସଡ଼ା ପ୍ରସ୍ତୁତ ହୋଇଛି।ଶ୍ରୀମନ୍ଦିର ରୋଷଘର ଓ ସ୍ନାନମଣ୍ଡପର ପଥର ପରିବର୍ତ୍ତନ କରାଯିବ। ଶ୍ରୀମନ୍ଦିର ସୁରକ୍ଷା, ମରାମତି ଓ ରକ୍ଷଣାବେକ୍ଷଣ ନେଇ ଆମିକସ୍ କ୍ୟୁରୀ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ହାଇକୋର୍ଟଙ୍କୁ ପ୍ରଦାନ କରାଯିବ । 

Leave A Reply

Your email address will not be published.